ଆସନ୍ତାକାଲିଠାରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ନିଷ୍ପତ୍ତି ସ୍ଥଗିତ

ଭୁବନେଶ୍ୱର, ୨/୧: ଆସନ୍ତାକାଲିଠାରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲାଯିବା ନିଷ୍ପତ୍ତିକୁ ସାମୟିକ ସ୍ଥଗିତ ରଖାଯାାଇଛି। ସ୍କୁଲ ସାମୟିକ ସ୍ଥଗିତ ରଖାଯିବା ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।୨ ଦିନ ମଧ୍ୟରେ କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଆସନ୍ତାକାଲିଠାରୁ ବିଦ୍ୟାଳୟ ପୁନଃ ଖୋଲାଯିବା ନିର୍ଦେଶ ଥିଲା।