ସପ୍ତାହାନ୍ତ ସଟ୍‌ଡାଉନ୍ ବେଳେ ଘଣ୍ଟାଏ କୋହଳ ରହିବ କଟକଣା

ଭୁବନେଶ୍ୱର, ୨୩/୪: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ ରାଜ୍ୟରେ ସବୁ ପରିସ୍ଥିତିକୁ ଦୃଷ୍ଟି ରେ ରଖି ସପ୍ତାହାନ୍ତ ସଟ୍‌ଡାଉନ୍ ଲାଗୁ କରାଯାଇଛି। ଏହି ସପ୍ତାହାନ୍ତ ସଟ୍‌ଡାଉନ୍‌ ନେଇ SRC ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି ଯେ ଶୁକ୍ରବାର ରାତିରେ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବ । ଶନିବାର ଓ ରବିବାର ସକାଳ ୫ରୁ ୬ଟା ମଣ୍ଣିଂ ୱାର୍କ, ଜଗିଂ ଓ ସାଇକ୍ଲିଂ କରୁଥିବା ଲୋକଙ୍କ ପାଇଁ ସଟ୍‌ଡାଉନ କଟକଣା କୋହଳ ହେବ । ନଚେତ ସୋମବାର ସକାଳ ୫ଟା ଯାଏ ସଟ୍‌ଡାଉନ୍‌ କଟକଣା ବଳବତ୍ତର ରହିବ ବୋଲି ସେ କହିଛନ୍ତି।