ଦେଶରେ ୧୦୦ କୋଟି ଟପିଲା କୋଭିଡ ଟିକାକରଣ

ନୂଆଦିଲ୍ଲୀ, ୨୧/୧୦: ଦେଶରେ କରୋନାକୁ ହରେଇବା ପାଇଁ ଟିକାକରଣ ପ୍ରକ୍ରିୟା ଜାରି ରହିଛି। ଏହାରିମଧ୍ୟରେ ଆଜି ଦେଶରେ ୧୦୦ କୋଟି ଟପିଛି କୋଭିଡ ଟିକାକରଣ। ଏହି ଐତିହାସିକ ସଫଳତା ପାଇଁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଜ୍ଞାନିକ, ସ୍ବାସ୍ଥ୍ୟକର୍ମୀଙ୍କ ମିଳିତ ଉଦ୍ୟମ ଯୋଗୁଁ ରେକର୍ଡ ଟିକାକରଣ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେହିପରି ଦେଶବାସୀଙ୍କୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଡାକ୍ତର, ନର୍ସ ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଦେବା ସହ କରୋନା ଲଢ଼େଇରେ ଭାରତ ମାଇଲ୍ଡଷ୍ଟାନ ଅତିକ୍ରମ କରିଛି ବୋଲି ସେ କହିଛନ୍ତି।