ରାଜ୍ୟରେ ଆଜି ୧୯୧୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୩୧।୧୦(ଦି ପ୍ରଗତି ନ୍ୟୁଜ୍): ରାଜ୍ୟରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲୁଥିବା ବେଳେ ଖୁସି ଖବର ସାମ୍ନାକୁ ଆସିଛି । ଆଜି ୧୯୧୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୨୭୫୭୪୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୪୫, କଟକରୁ ୧୫୩, ବଲାଙ୍ଗୀର ରୁ ୧୩୮, ସୁନ୍ଦରଗଡ଼ରୁ ୧୦୧, ମୟୁରଭଞ୍ଜ ରୁ ୯୬, ଜଗତସିଂହପୁର ରୁ ୮୧, ଅନୁଗୁଳରୁ ୭୮, କଳାହାଣ୍ଡି ରୁ ୭୮, ନୂଆପଡ଼ାରୁ ୭୬ ଜଣ ସୁସ୍ଥ ହୋଇଛନ୍ତି ।