ରାଜ୍ୟରେ ଆଜି ୧୮ ଜଣ କରୋନାରେ ମୃତ୍ୟୁ

ଭୁବନେଶ୍ୱର, ୧୧/୫: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଆଜି ରାଜ୍ୟରେ ୧୮ଜଣଙ୍କ ଜୀବନ ନେଇଛି କରୋନା । ଅନୁଗୁଳରୁ ୪, ଖୋର୍ଦ୍ଧା ଜିଲ୍ଲାରୁ ୩, ସୁନ୍ଦରଗଡ଼, ରାୟଗଡ଼ା, କଳାହାଣ୍ଡିରୁ ୨ ଲେଖାଏଁ , ବୌଦ୍ଧ, ଦେବଗଡ଼, ଗଜପତି, ମାଲକାନଗିରି, ପୁରୀରୁ ଜଣେ ଲେଖାଏଁ ମୃତ।ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୨୧୫ କୁ ବୃଦ୍ଧି ପାଇଛି ।