ମହାନଦୀ ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ଛତିଶଗଡ଼ର ଚାଲାକିି, କଲମାର ଖୋଲିଲା ୧୭ ଟି ଗେଟ

ନୂଆଦିଲ୍ଲୀ,୨୬/୪: ମହାନଦୀ ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ଛତିଶଗଡ଼ର ଚାଲାକିି । କଲମାରେ ସର୍ବାଧିକ ଜଳ ଧାରଣ କ୍ଷମତା ୧୯୭ ମିଟର ଛୁଇଁ ଯାଇଥିବାରୁ ନିଜ ଛବିକୁ ସ୍ୱଚ୍ଛ ରଖିବା ପାଇଁ ଛତିଶଗଡ଼ ସରକାର ୧୭ଟି ଗେଟ୍ ଖୋଲି ଦେଇଥିବା ସୂଚନା ମିଳିଛି । ଫଳରେ ପ୍ରାୟ ୧ ମାସ ହେବ ଶୁଖିଲା ପଡ଼ିଥିବା ଓଡ଼ିଶାରେ ମହାନଦୀର ପ୍ରବେଶ ସ୍ଥଳ କୁହାଯାଉଥିବା ଶୁଖାସୋଡାରେ ପାଣି ଦେଖିବାକୁ ମିଳିଛି । କଲମା ବ୍ୟାରେଜର ୬୬ଟି ଗେଟ୍ ରହିଛି । ଏଥିରେ ସର୍ବାଧିକ ୫୦ ଦଶମିକ ୩୯ କ୍ୟୁବିକ୍ ମିଲିୟନ୍ ମିଟର ଜଳ ସଂରକ୍ଷଣ ହୋଇପାରିବ । ମହାନଦୀ ଟ୍ରିବ୍ୟୁନାଲଙ୍କ ପ୍ରଥମ ପର୍ଯ୍ୟାୟ ଗସ୍ତ ଶେଷ ହୋଇଛି । ଏହି ସମୟରେ କଲମା ସମେତ ଛତିଶଗଡ଼ର ପ୍ରାୟ ସମସ୍ତ ବ୍ୟାରେଜ୍ ଏହାର ନିର୍ଦ୍ଧାରିତ କ୍ଷମତା ପାଖାପାଖି ଜଳ ସଂରକ୍ଷଣ କରିଥିବା ଚିତ୍ର ସାମ୍ନାକୁ ଆସିଥିଲା । ଛତିଶଗଡ଼ରେ ମହାନଦୀ ପାଣି ଲହଡି ଭାଙ୍ଗୁଥିବା ବେଳେ ଓଡ଼ିଶାରେ ଶୁଖିଲା ପଡ଼ିଥିବା ଚିତ୍ର ସାମ୍ନାକୁ ଆସିଥିଲା ।