ଛତିଶଗଡ଼ରେ ଏନକାଉଣ୍ଟରରେ ଟଳିଲେ ୧୬ ମାଓବାଦୀ

ଭୁବନେଶ୍ୱର,୨୯/୦୩: ଛତିଶଗଡ଼ ସୁକୁମା ଜିଲ୍ଲା କେରଲାପାଳରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଏନକାଉଣ୍ଟରରେ ଟଳିଲେ ୧୬ ମାଓବାଦୀ । ଏବେ  ବି ଜାରି ରହିଛି ଗୁଳି ବିନିମୟ । ଦୁଇ ଜଣ ଯବାନ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଡିଆରଜି ଓ ସିଆରପିଏଫ୍‌ କୋବ୍ରା ଯବାନଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିଛି । ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି ।  ୧୬ ମାଓବାଦୀ ନିପାତ ସହ ବିପୁଳ ମାରଣାସ୍ତ୍ର ଜବତ ହୋଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *