ଡ୍ରେନ୍ ପାଣିରେ ଭାସିଗଲେ ୧୫ ବର୍ଷୀୟ ଛାତ୍ର

ଭୁବନେଶ୍ୱର, ୧୯/୯: ଏବେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ ଚାରିଆଡେ ପାଣି ର ସୁଅ ଛୁଟୁଚି। ଏହାରିମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ୧୫ ବର୍ଷୀୟ ଛାତ୍ର ଭାସି ଯାଇଥିବା ସୂଚନା ମିଳିଛି। ଶିରିପୁର ଶତାବ୍ଦୀନଗର ବ୍ୟାଙ୍କ କଲୋନୀର ଛାତ୍ର ଭାସିଯାଇ ନିଖୋଜ ହୋଇଯାଇଛି।
ଟ୍ୟୁସନ ଯିବା ବାଟରେ ଡ୍ରେନ୍ ପାଣିରେ ଭାସିଯାଇଥିବା ସୂଚନା ରହିଛି। ସ୍ଥାନୀୟ ଲୋକଙ୍କ ଦ୍ବାରା ଖୋଜା ଖୋଜି ଜାରି ରହିଥିବା ବେଳେ ଏଯାଏ ଛାତ୍ରଙ୍କର ପତା ମିଳି ପାରିନାହିଁ।