ସାବଧାନ! ୧୫ବର୍ଷରୁ ଅଧିକ ହୋଇଥିବା ସମସ୍ତ ପୁରୁଣା ଗାଡିର ପଞ୍ଜିକରଣ ହେବ ରଦ୍ଦ

ଭୁବନେଶ୍ୱର,୧୯/୧: କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରଣାଳୟ ତରଫରୁ ମୋଟର ଗାଡି ଆଇନର ସଂଶୋଧନ ହୋଇଛି। ଏନେଇ ନୋଟିଫିକେସନ ମଧ୍ୟ ଜାରି କରାଯାଇଛି।  ୧୫ବର୍ଷରୁ ଅଧିକ ହୋଇଥିବା ସମସ୍ତ ପୁରୁଣା ଗାଡିର ପଞ୍ଜିକରଣ ରଦ୍ଦ କରିବାକୁ କୁହାଯାଇଛି । ଏହାସହ ୧୫ବର୍ଷରୁ ଅଧିକ ବୟସର ଗାଡି ଉପରେ ରିନ୍ୟୁ ହୋଇଥିବା ପଞ୍ଜିକରଣକୁ ବି ରଦ୍ଦ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ସବୁ ଗାଡିକୁ ଏବେ ସ୍କ୍ରାପ ସେଣ୍ଟରରେ ନଷ୍ଟ କରିବାକୁ ପଡିବ ବୋଲି କୁହାଯାଇଛି । ଏହି ନିୟମ ଏପ୍ରିଲ ପହିଲାରୁ ଲାଗୁ କରାଯିବ ।