ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୫ ମୃତ ଓ ୪୦ ଆହତ

ଭୁବନେଶ୍ୱର,୨୨/୧୦: ମଧ୍ୟପ୍ରଦେଶ ରୀବା ନିକଟରେ ଅଭାବନୀୟ ଘଟଣା ଘଟିଯାଇଛି। ସେଠାରେ ହୋଇଥିବା ଦୁର୍ଘଟଣା ରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ପାଖାପାଖି ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌ ଟ୍ରକ୍‌ ସହ ଧକ୍କା ହେବା ଯୋଗୁ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବସ୍‌ରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି। NH-30ରେ ମଧ୍ୟପ୍ରଦେଶ ଉତ୍ତରପ୍ରଦେଶର ସୀମାକୁ ଲାଗି ଥିବା ସୁହାଗି ପାହାଡ଼ ନିକଟରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।