ଝଡ଼ବର୍ଷା ସହ ବଜ୍ରପାତ ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, ୬/୬: ରାଜ୍ୟରେ ଦିନକୁ ଦିନ ଅସହାୟ ତାତି ଗରମ ବଢି ଚାଲିଛି। ଏହାରିମଧ୍ୟରେ ଝଡ଼ବର୍ଷା ସହ ବଜ୍ରପାତ ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତାକାଲି ପାଇଁ ଏହି ୟେଲୋ ୱାର୍ଣ୍ଣିଂ ଜାରିି କରାଯାଇଛି। ୟେଲୋ ୱାର୍ଣ୍ଣିଂ ଜାରିି କରାଯାଇଥିବା ଜିଲ୍ଲା ଗୁୁଡିକ  କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର।