ରାଜ୍ୟରେ ଆଜି ୧୫ଜଣଙ୍କର କରୋନା ଜନିତ ମୃତ୍ୟୁ

ଭୁବନେଶ୍ୱର, ୨୨ା୧୦(ଦି ପ୍ରଗତି ନ୍ୟୁଜ): ରାଜ୍ୟରେ ପ୍ରତିଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଆଜି ମଧ୍ୟ ୧୯୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ହୋଇଥିବା ୧୫ଜଣଙ୍କ ମଧ୍ୟରୁ ମୟୁରଭଞ୍ଜରୁ ୩, ଭୁବନେଶ୍ୱରରୁ ୨, ସୁବର୍ଣ୍ଣପୁରରୁ ୨, ଅନୁଗୁଳରୁ ୩, ଢ଼େଙ୍କାନାଳରୁ ୨, ରାଉରକେଲା, ପୁରୀ, କଟକରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାସହ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୯୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।