ରାଜ୍ୟରେ ଆଜି ୧୪୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୩ /୧୧(ଦି ପ୍ରଗତି ନ୍ୟୁଜ୍): ରାଜ୍ୟରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲୁଥିବା ବେଳେ ଖୁସି ଖବର ସାମ୍ନାକୁ ଆସିଛି । ଆଜି ୧୪୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୨୮୦୫୫୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ରୁ ୧୭୩, କଟକରୁ ୧୨୮, କେନ୍ଦ୍ରାପଡା ରୁ ୧୦୪, ସୁନ୍ଦରଗଡ଼ରୁ ୭୭, ଅନୁଗୁଳରୁ ୭୨, ବଲାଙ୍ଗୀର ରୁ ୬୫, ପୁରୀରୁ ୫୬, ବାଲେଶ୍ୱରରୁ ୫୪, ଝାରସୁଗୁଡ଼ାରୁ ୫୪ ଜଣ ସୁସ୍ଥ ହୋଇଛନ୍ତି ।