ଧାମନଗର NACରେ ୧୪୪ ଧାରା ଲାଗୁ

ଭୁବନେଶ୍ୱର,୫/୪: ଭୋଟ ଗଣତି ପାଇଁ ଧାମନଗର NACରେ ୧୪୪ ଧାରା ଲାଗୁ ହୋଇଛି। ଆଜି ରାତି ୯ଟାରୁ ୭ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି । ସେହି ସ୍ଥାନରେ ଏକତ୍ର ୫ଜଣ ଠିଆ ହୋଇପାରିବେ ନାହିଁ। ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଭଦ୍ରକ ଉପଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଧାମନଗର କଲ୍ୟାଣ ମଣ୍ଡପ ଭୋଟ ଗଣତି କେନ୍ଦ୍ର ନିକଟରେ ୪ ଚକିଆ ଯାନ ଯିବା ଆସିବା ପାଇଁ ମଧ୍ୟ ଅନୁମତି ନାହିଁ। ସୂଚନାଯୋଗ୍ୟ ଯେ ହିଂସାକାଣ୍ଡ ଓ ଗଣ୍ଡଗୋଳ ଯୋଗୁ ମାର୍ଚ୍ଚ ୨୪ ତାରିଖରେ ଧାମନଗର ଏନ୍‌ଏସିର ୬ଟି ବୁଥ୍‌ରେ ମତଦାନ ବାଧାପ୍ରାପ୍ତ ହୋଇଥିଲା ।