ମା’ ଶାରଳାଙ୍କ ମନ୍ଦିର ପରିସରରେ ୧୪୪ ଧାରା ଜାରି

ଭୁବନେଶ୍ୱର, ୧୨/୧୦: ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଟଳିନି । ତେଣୁ ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ପୀଠ ଝଙ୍କଡ଼ବାସିନୀ ମା’ ଶାରଳାଙ୍କ ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇଛି। ଏହା ଆଗାମୀ ୧୪ ତାରିଖ ଯାଏଁ ଲାଗୁ ରହିବ। ଏନେଇ ଉପ ଜିଲ୍ଲାପାଳ  ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ସେଠାରେ ମହାଷ୍ଟମୀ ଯାଏଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। କରୋନା ମହାମାରୀ ସମୟରେ ଶାରଳାଙ୍କ ମନ୍ଦିରକୁ ନ ଆସିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଭିଡ଼ ଆଶଙ୍କା ଓ ସଂକ୍ରମଣ ବଢ଼ିବା ସମ୍ଭାବନା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହିପରି ପଦକ୍ଷେପ ନିଆଯାଇଛି । ଯଥା ସମ୍ଭବ କମ୍‌ ପୂଜକ ଓ ସେବାୟତଙ୍କୁ ନେଇ ସମସ୍ତ ନୀତିକାନ୍ତି ସାରିବାକୁ କୁହାଯାଇଛି ।