ହିମାଚଳ ପ୍ରଦେଶରେ ବିଧାନସଭା ବଜେଟ୍ ଅଧିବେଶନରୁ ସସପେଣ୍ଡ ହେଲେ ୧୪ ଜଣ ବିଜେପି ବିଧାୟକ

ନୂଆଦିଲ୍ଲୀ,୨୮/୦୨: ହିମାଚଳ ପ୍ରଦେଶରେ ବିଧାନସଭା ବଜେଟ୍ ଅଧିବେଶନରୁ ସସପେଣ୍ଡ ହେଲେ ୧୪ ଜଣ ବିଜେପି ବିଧାୟକ । ବିଧାନସଭା ବାଚସ୍ପତି କୁଲଦପୀ ପଠାନିଆ ବିଜେପି ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହିତ ତାଙ୍କୁ ସସପେଣ୍ଡ କରିଛନ୍ତି । ତେବେ ସସପେଣ୍ଡ ହେଇଥିବା ବିଧାୟକଙ୍କ ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟ ସାମିଲ ଅଛନ୍ତି । ସୂଚନା ମୁତାବକ, ଶିମଲାରେ ବୁଧବାର ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହେଇଛି । ଏହି ସମୟରେ ଗୃହରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଥିଲା । ଏହି ସମୟରେ ବିଧାନସଭା ବାଚସ୍ପତିଙ୍କ ପାଖକୁ ଆସି ବିଜେପି ବିଧାୟକମାନେ ନାରାବାଜି କରିଥିଲେ । ବାଚସ୍ପତିଙ୍କ ବିରୋଧରେ ହାଏ ହାଏ ନାରା ଦେଇଥିଲେ ବିରୋଧୀ ବିଜେପି ବିଧାୟକ । ଏହି ସମୟରେ ଗୃହରେ କାଗଜପତ୍ର ଏବଂ ଚେୟାର ମଧ୍ୟ ଫିଙ୍ଗିଥିଲେ ବିରୋଧୀ । ତେବେ ଗୃହ ଲଗାତାର ଭାବେ ଅଶାନ୍ତ ହେବାରୁ ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ ।