ସ୍କୁଲରେ ଗୁଳିମାଡ: ୭ ଛାତ୍ରଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ,୨୬/୯: ରୁଷର ଇଜେବସ୍କ ଅଞ୍ଚଳରେ ଥିବା ଏକ ସ୍କୁଲରେ ଅଜଣା ଆତତାୟୀଙ୍କ ଗୁଳିମାଡରେ ୭ ଛାତ୍ରଙ୍କ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇଜଣ ଶିକ୍ଷକ ଓ ଜଣେ ସିକ୍ୟୁରିଟି ଗାର୍ଡ ଥିବା ଜଣାପଡିଛି । ସ୍କୁଲରେ ଅଜଣା ବ୍ୟକ୍ତି ଜଣକ ଧସେଇ ପସିଥିଲା । ଆଉ କେହି କିଛି ବୁଝିବା ପୂର୍ବରୁ ପ୍ରଥମେ ସିକ୍ୟୁରିଟିକୁ ଗୁଳିମାରି ହତ୍ୟା କରିବା ପରେ ଶ୍ରେଣୀଗୃହରେ ପଶି ଆଖିବୁଜା ଗୁଳିମାଡ କରିଥିଲା । ଏହା ପରେ ନିଜକୁ ଗୁଳିମାରି ଆତ୍ମହତ୍ୟା କରିଛି ଅଭିଯୁକ୍ତ ଯୁବକ । ସ୍ଥାନୀୟ ଅଞ୍ଚଳକୁ ପୋଲିସ ସିଲ କରିଥିବା ବେଳେ ଅଭିଯୁକ୍ତର ମୃତଦେହକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି ପୋଲିସ ।