କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଦେବଗଡ଼ ଜିଲ୍ଲା ବନ୍ଦ ପାଳନ

ଭୁବନେଶ୍ୱର,୧୬/୦୧ : ଆଜି କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଦେବଗଡ଼ ଜିଲ୍ଲା ବନ୍ଦ କରାଯାଇଛି। ଧାନ ମଣ୍ଡିରେ ଅବ୍ୟବସ୍ଥା ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଇଛି । କଂଗ୍ରେସ ପକ୍ଷରୁ ଦେବଗଡ଼ ବନ୍ଦ ଡାକରାକୁ ଜିଲ୍ଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ସମର୍ଥନ କରାଯାଇଛି। ଆଜି ସକାଳେ ଜିଲ୍ଲା କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ଓ ଚାଷୀ ସଂଘ ସଦସ୍ୟମାନେ ୪୯ ନମ୍ବର ଜାତୀୟ ରାଜପଥ ଉପରେ ଧାନବସ୍ତା ରଖି ବିରୋଧ କରିବା ସହିତ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ମୁମ୍ବାଇ କଲିକତାକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଗାଡ଼ି ଚାଳଚଳ ବନ୍ଦ ରହିଛି। ସେହିପରି ଦୋକାନ ବଜାର ବନ୍ଦ ରହିଛି। ଧାନ କିଣାରେ ଅଵ୍ୟବସ୍ଥାରେ ହେଉଥିବା ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ପ୍ରଶାସନ କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଫଳରେ ଧାନ କିଣାରେ ଅବ୍ୟବସ୍ଥାର ପ୍ରତିବାଦ କରି ଆଜି ଦେବଗଡ଼ ଜିଲ୍ଲା ବନ୍ଦ ପାଳନ କରାଯାଇଛି। ଗତ ଡିସେମ୍ବର ମାସ ୧୫ରୁ ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଥିଲା ।