ଝାଡଖଣ୍ଡରେ ଟ୍ରେନ ଦୁର୍ଘଟଣା, ୧୨ ମୃତ

ନୂଆଦିଲ୍ଲୀ,୨୮/୦୨: ଝାଡଖଣ୍ଡ ଜାମତାରାରେ ବଡ ଧରଣର ଦୁର୍ଘଟଣା ଘଟିଛି । ଟ୍ରେନ୍ ମାଡିଯିବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ୨ଟି ମୃତଦେହ ଉଦ୍ଧାର ହୋଇଥିବାର ସୂଚନା ମିଳିଛି । ଘଟଣା ସ୍ଥଳରେ ରେଳବାଇ ପୋଲିସ ସହ ଉଦ୍ଧାରକାରୀ ଦଳ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି। ଏହାସହ ଆହାତ ମାନଙ୍କୁ ଚିକିତ୍ସା ପାଇଁ ପଠାଇବାର ବ୍ୟବସ୍ଥା କରୁଛନ୍ତି ।