ରାଜ୍ୟର ଆଜି ୨୯ ଜିଲ୍ଲାରୁ ୧୨୪୭ ଜଣ କରୋନା ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୨୭/୧୦ (ଦି ପ୍ରଗତି ନ୍ୟୁଜ): ବର୍ତ୍ତମାନ କ୍ରମାଗତ ଭାବେ କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ସଂଖ୍ୟା କମି କମି ଚାଲିଛି । ସେହିପରି ଆଜି ମଧ୍ୟ ୨୯ ଜିଲ୍ଲାରୁ ୧୨୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୨୪୭ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୨୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୫୧୮ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୩୯୪୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୬୯, ବାଲେଶ୍ୱରରୁ ୨୩, ବରଗଡ଼ରୁ ୩୨, ଭଦ୍ରକରୁ ୭, ବଲାଙ୍ଗୀରରୁ ୬୮, ବୌଦ୍ଧରୁ ୩୭, କଟକରୁ ୧୦୫, ଦେଓଗଡ଼ରୁ ୧୬, ଢ଼େଙ୍କାନାଳରୁ ୪୦, ଗଞ୍ଜାମରୁ ୧୭ , ଜଗତସିଂହପୁରରୁ ୫୪, ଯାଜପୁରରୁ ୩୨, ଝାରସୁଗୁଡ଼ାରୁ ୩୫, କଳାହାଣ୍ଡିରୁ ୪୦, କନ୍ଧମାଳରୁ ୧୧, କେନ୍ଦ୍ରାପଡ଼ାରୁ ୪୯, କେନ୍ଦ୍ୁଝରରୁ ୪୧, ଖୋର୍ଦ୍ଧାରୁ ୨୦୬, କୋରାପୁଟରୁ ୨୬, ମାଲକାନଗିରିରୁ ୧୧, ମୟୁରଭଞ୍ଜରୁ ୭୧, ନବରଙ୍ଗପୁରରୁ ୧୨, ନୟାଗଡ଼ରୁ ୧୪, ନୂଆପଡ଼ାରୁ ୩୮, ପୁରୀରୁ ୨୨, ରାୟଗଡ଼ରୁ ୪, ସମ୍ବଲପୁରରୁ ୨୪, ସୋନପୁରରୁ ୧୮, ସୁନ୍ଦରଗଡ଼ରୁ ୯୬ ଜଣ ଚିହ୍ନଟ ହୋଇଛନ୍ତି ।