୩ ମହଲା କୋଠାରେ ବିସ୍ଫୋରଣ: ୧୨ ମୃତ ଓ ୮ ଗୁରୁତର

ବିହାର,୪/୩ : ବିହାରର ଭାଗଲପୁରେ ୩ ମହଲା କୋଠାରେ ବିସ୍ଫୋରଣ ଘଟିଛି । ଏହି ଘଟଣାରେ ଘଟଣାସ୍ଥଳରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଥିବା ସୂଚନା ରହିଛି । ଅନ୍ୟପଟେ ବିସ୍ଫୋରଣ ଦ୍ୱାରା ଆଖ ପାଖର ଆଉ ୩ଟି ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି । ଉକ୍ତ ୩ ମହଲା କୋଠାରେ ବୋମା ଭିଡ଼ା ଯାଉଥିବା ପଡ଼ୋଶୀ ଅଭିଯୋଗ କରିଛନ୍ତି । ସୂଚାନଯୋଗ୍ୟ ଯେ ବାରୁଦ, ବେଆଇନ ବିସ୍ଫୋରକ ଏବଂ କିଛି ଦେଶୀ ବୋମା ବିସ୍ଫୋରଣ ହୋଇଥିବା ଭାଗଲପୁର DIG ସୂଚନା ଦେଇଛନ୍ତି । ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ଏହାସହ ଘଟଣାରେ ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି ।