ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ, ଗଲାଣି ୧୨ ଜଣଙ୍କ ଜୀବନ

ନୂଆଦିଲ୍ଲୀ,୧୬/୯: ବାଙ୍ଗାଲୁରୁ ପରେ ଏବେ ତ୍ତରପ୍ରଦେଶରେ ତାଣ୍ଡବ ଲୀଳା ରଚିଛି ଲଗାଣ ବର୍ଷା । ବର୍ଷାରେ ରାଜ୍ୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଫଳରେ ବିଭିନ୍ନ ସ୍ଥାନରେ ଘରର ଛାଡ ଭୁଷୁୁଡି ଓ କାନ୍ଥ ଭାଙ୍ଗି ୧୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାସହ ଏକାଧିକ ଲୋକେ ଆହତ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳକୁ ଯାଇ ତୁରନ୍ତ ପରିସ୍ଥିତିକୁ ପରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଲକ୍ଷେ୍ନø କେଣ୍ଟ ଅନ୍ତର୍ଗତ ଦିଲକୁଶା ଇଲାକାରେ ଏଭଳି ଅଘଟଣ ଘଟିଛି । ଏଠାରେ ଭୀଷଣ ବର୍ଷାରେ କାନ୍ଥ ଭୁଷୁୁଡି ପଡିବାରୁ ୯ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ଜଣ ପୁରୁଷ, ୩ ମହିଳା ଓ ୩ଜଣ ଶିଶୁ ଥିବା ଜଣାପଡିଛି । ଉନ୍ନାବରେ ମଧ୍ୟ ଛାତ ଧସିଯିବାରୁ ୩ଜଣଙ୍କର ମୃତ୍ୟୁ ହୋଇଛି ।