୧୨ କଂଗ୍ରେସ ବିଧାୟକ ୭ ଦିନ ପାଇଁ ନିଲମ୍ୱିତ

ଭୁବନେଶ୍ୱର,୨୫/୦୩:ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୧୨ କଂଗ୍ରେସ ବିଧାୟକ ୭ ଦିନ ପାଇଁ ନିଲମ୍ୱିତ ହୋଇଛନ୍ତି । ବାଚସ୍ପତିଙ୍କ ପ୍ରତି ଅସମ୍ମାନ, ବିଧାନସଭାରେ ଅଶୋଭନୀୟ ଆଚରଣ ଓ ବିଧାନସଭାର ନିୟମ ଉଲ୍ଲଘଂନ ପାଇଁ କଂଗ୍ରେସ ସଦସ୍ୟ ରାମଚନ୍ଦ୍ର କାଡାମ, ରାଜନ ଏକ୍କା, ଦାଶରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, କାଡ୍ରାକା ଆପଲ ସ୍ୱାମୀ, ପ୍ରଫୁଲ୍ଲ ପ୍ରଧାନ, ପବିତ୍ର ସାଉଁତା, ସୋଫିଆ ଫିର୍ଦ୍ଦୋସ, ମଙ୍ଗୁ ଖିଲ ଓ ନୀଳମାଧବ ହିକକାଙ୍କୁ ନିଲମ୍ୱନ କରାଯାଇଛି । ନିଲମ୍ୱନ ପରେ ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ବିଧାୟକ ପ୍ରତିବାଦ କରିଛନ୍ତି । ପୁଣି ବିଧାନସଭାରେ ହଙ୍ଗାମା ଯୋଗୁଁ ୧୦ ମିନିଟ ପାଇଁ ଗୃହ କାର୍ଯ୍ୟ ମୁଲତବି ହୋଇଥିଲା ।

Leave a Reply

Your email address will not be published. Required fields are marked *