ବଡ଼ ଖବର: ରାଜ୍ୟରେ ମାଟ୍ରିକ ପରୀକ୍ଷା ବାତିଲ

ଭୁବନେଶ୍ୱର, ୨୧/୪: ରାଜ୍ୟରେ ଦିନକୁ ଦିନ ପୁଣିଥରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏହା ବେଶୀ ପିଲାଙ୍କ ପାଠପଢା ଉପରେ ପ୍ରଭାବ ପଡିଛି। ବଢୁଥିବା ସଂକ୍ରମଣକୁ ଦୃଷ୍ଟି ରେ ରଖି ରାଜ୍ୟରେ ମାଟ୍ରିକ ପରୀକ୍ଷାକୁ ବାତିଲ କରାଯାଇଛି। ଏନେଇ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ସେହିପରି ମଦ୍ରାସା ଶିକ୍ଷାବୋର୍ଡ ଦ୍ବାରା ପରିଚାଳିତ ପରୀକ୍ଷା ମଧ୍ୟ ବାତିଲ କରାଯାଇଛି। ବୋର୍ଡ ନିର୍ଦ୍ଧାରିତ ପଦ୍ଧତିରେ ରେଜଲ୍ଟ ଆସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ପରୀକ୍ଷା ବାତିଲ କରାଯାଇଛି।