ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୦ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ

ଭୁବନେଶ୍ୱର,୨୧/୦୩: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି ।  ସେହିପରି ରାଜ୍ୟ ସଡ଼କ ନୀତି ୨୦୨୫ର ପ୍ରସ୍ତାବକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ୍‌ ।

ଅନ୍ୟପଟେ ଡିଏମଏଫ ନିୟମରେ ସଂଶୋଧନ ଆଣିଛନ୍ତି ସରକାର । ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ଅଂଚଳର ପରିସୀମା ୧୦ କି.ମିରୁ ୧୫ କିମିକୁ ବୃଦ୍ଧି କରାଯାଇଛି । ଖଣି-ଖାଦାନ ଅଂଚଳରୁ ୫ କି.ମି ଭିତରେ ସମସ୍ତ ଉନ୍ନତିମୂଳକ କାମ ସାଚ୍ୟୁରେସନ ମୋଡ୍‌ରେ ହେବ । ଓଡ଼ିଶା ବେସାମରିକ ଥଇଥାନ ନିୟମରେ ପରିବର୍ତ୍ତନ ପ୍ରସ୍ତାବକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ୍‌ ।

ଏହାସହ ଚାକିରି ଥଇଥାନରେ ଉଠିଲା ମାର୍କିଙ୍ଗ ସିଷ୍ଟମ୍‌ । ସେହିପରି ଓଡ଼ିଶା ପ୍ରିଭେନସନ ଅଫ୍‌ ଲ୍ୟାଣ୍ଡ ଏନକ୍ରୋଚମେଂଟ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

Leave a Reply

Your email address will not be published. Required fields are marked *