ବିପୁଳ ଗଞ୍ଜେଇ ଜବତ, ୧୦ ଗିରଫ

ଭୁବନେଶ୍ୱର,୧୧/୫: ରାଜ୍ୟରେ ଏବେ ଦିନକୁ ଦିନ ଚୋରି , ଡକାୟତି ଓ ନିଶାଦ୍ରବ୍ୟ ଚୋରା ଚାଲାଣ ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ ଆଜି ଚିତ୍ରକୋଣ୍ଡା ଠାରୁ ୧୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଏହି ଅଭିଯୋଗ ରେ ୧୦ ଜଣ ଗିରଫ ହୋଇଛନ୍ତି। ଚିତ୍ରକୋଣ୍ଡା ଥାନା RSC-୧୦, ପୁରୁଣାପାଣି ଓ ରଥଗଡ଼ାରେ ଚଢ଼ାଉ କରି ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ଏକ କୋଟି ୭୦ ଲକ୍ଷ ଟଙ୍କା ହେବା ନେଇ ସୂଚନା ମିଳିଛି।