ଦିଲ୍ଲୀରେ ଆଉ ୧୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୧୭/୧୨: ଦେଶରେ ଏବେ ଚିନ୍ତା ବଢ଼ାଇଲାଣି ଓମିକ୍ରନ । ଏହାରିମଧ୍ୟରେ ଆଜି ପୁୁଣି ଦିଲ୍ଲୀରେ ଆଉ ୧୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ମିଶାଇ ଦିଲ୍ଲୀରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଂଚିଛି । ସେହିପରି ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯୭କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ସର୍ବାଧିକ ୩୨ଜଣ, ରାଜସ୍ଥାନରେ ୧୭, କେରଳରେ ୫, ଗୁଜରାଟରେ ୫, କର୍ଣ୍ଣାଟକ ୮, ତେଲେଙ୍ଗାନାରେ ୬ ଜଣ ଓମିକ୍ରନ ରେ ସଂକ୍ରମିତ ହୋଇଛନ୍ତି।