ବସ୍ ଟ୍ରକ ସହ ମୁହାଁମୁହିଁ, ୧୦ ମୃତ

ନୂଆଦିଲ୍ଲୀ,୧୩/୧: ମହାରାଷ୍ଟ୍ରରେ ଆଜି ଭୋର ସମୟରେ ଘଟିଛି ଏକ ଛାତିଥରା ଦୁର୍ଘଟଣା । ମୁମ୍ବାଇରୁ ଶିରିଡି ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଘରୋଇ ଟୁରିଷ୍ଟ ବସ୍ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ୧୦ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୭ଜଣ ମହିଳା ଓ ୩ ଜଣ ପୁରୁଷ ଅଛନ୍ତି । ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।