ପାହାଡ଼ରୁ ପଥର ଅତଡ଼ା ଖସିବା ଘଟଣା, ୧୦ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ, ୧୧/୮: ହିମାଚଳ ପ୍ରଦେଶ କିନ୍ନୌରର ଏକ ପାହାଡ଼ରୁ ପଥର ଅତଡ଼ା ଧସିଛି। ବର୍ତ୍ତମାନ ସୁଦ୍ଧା ୧୦ ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ୧୪ ଗୁରୁତରଙ୍କୁ ଉଦ୍ଧାର କରିଛନ୍ତି ITBP ଯବାନ।କିନୌରରୁ ହରିଦ୍ବାର ଯାଉଥିବା ବସ୍ ସମେତ କେତେକ ଗାଡ଼ି ଫସି ରହିଛି।।ବସ୍‌ରେ ୪୦ରୁ ଅଧିକ ଯାତ୍ରୀ ଥିବା ସୂଚନା ରହିଛି। ଏବେବି ପଥର ତଳୁ ଜୀବନ ଖୋଜା ଚାଲିିିଛି। ସୂଚନାଯୋଗ୍ୟ ଯେ ରେକଙ୍ଗ ପିଓ-ଶିମଲା ମୁଖ୍ୟ ରାସ୍ତାରେ ଭୂସ୍ଖଳନ ହୋଇଛି।