ଭୁବନେଶ୍ବର ରେଳଷ୍ଟେସନରୁ ୧୦ ବାଂଲାଦେଶି ଗିରଫ

ଭୁବନେଶ୍ୱର,୧୦/୦୩: ରାଜଧାନୀରେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ ମାଡ଼ିବସିଲା ଏସଟିଏଫ । ଭୁବନେଶ୍ବର ରେଳଷ୍ଟେସନରୁ ୧୦ ବାଂଲାଦେଶି ଗିରଫ। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ STF । ବିନା କୌଣସି ପାସପୋର୍ଟ ଓ ଭିସାରେ ଏମାନେ ଭାରତରେ ପ୍ରବେଶ କରିବା ସହ ଭୁବନେଶ୍ବର ରେଳ ଷ୍ଟେସନରେ ରହୁଥିଲେ। ଗିରଫ ବାଂଲାଦେଶୀ ଙ୍କ ମଧ୍ୟରେ ୬ ଜଣ ପୁରୁଷ ଥିବା ବେଳେ ୩ ଜଣ ମହିଳା ଓ ଜଣେ ନାବାଳକ ରହିଛି ।ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ୭ ଟି ମୋବାଇଲ, ବଙ୍ଗଳାଦେଶ ଟଙ୍କା ସହ ଅନେକ୍ ସମାଗ୍ରୀ ଜବତ କରାଯାଇଛି। ସମସ୍ତ ଅଭିଯୁକ୍ତ ଆସାମ ଡୁବୁରି ଦେଇ ଭାରତକୁ ପ୍ରବେଶ କରିଥିବା ସୂଚନା ।

Leave a Reply

Your email address will not be published. Required fields are marked *